ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମସଲା ଇଟିଲି

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ମସଲା ଇଟିଲି ।

ଆବଶ୍ୟକୀୟ ସାମଗ୍ରୀ- ଚାଉଳ ୧୦୦ ଗ୍ରାମ, ବତୁରା ଯାଇଥିବା ଡାଲି ୧୦୦ ଗ୍ରାମ, ଚାଳ ୧୦୦ ଗ୍ରାମ, ଲୁଣ ସ୍ୱାଦ ଅନୁସାରେ, ତେଲ ୨୩ ମିଲି, ଭୁରୁଷୁଙ୍ଗା ପତ୍ର ୫ଟି, କଂଚା ଲଙ୍କା ୧ଟେବୁଲ ଟି ସ୍ପୁନ, ଅଦା ୨ ଟି ସ୍ପୁନ, ହେଙ୍ଗୁ ୧/୨ଟି ସ୍ପୁନ, ପିଆଜ ୫୦ ଗ୍ରାମ, ନଡିଆ ୧୦୦ ଗ୍ରାମ, ହଳଦୀ ୧/୨ ଟି ସ୍ପୁନ ।

ପ୍ରସ୍ତୁତ ପ୍ରଣାଳୀ : ବତୁରା ଯାଇଥିବା ଚାଉଳକୁ ଡାଲି ସହ ମିଶାଇ ତାହାକୁ ପେଶି ଇଟିଲି ପାଇଁ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହା ପରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ । ସେଥିରେ ଶୋରିଷ ଏବଂ ଡାଲି ପକାନ୍ତୁ । ଏବେ ଏଥିରେ ଭୁରୁଷୁଙ୍ଗା ପତ୍ର, ଲଙ୍କା, ଅଦା, ହେଙ୍ଗୁ ଏବଂ ଲୁଣ ପକାନ୍ତୁ । ଏହା ପରେ ଏଥିରେ କିଛି ନଡିଆ ପକାଇ ଭାଜି ନିଅନ୍ତୁ । ମସଲା ଭାଜି ହୋଇ ଗଲା ପରେ ପ୍ରସ୍ତୁତ ହୋଇଥିବା ଇଟିଲିକୁ ସେଥିରେ ପକାଇ ଦିଅନ୍ତୁ । ଏବେ ଆପଣଙ୍କର ମସଲା ଇଟିଲି ପ୍ରସ୍ତୁତ ହୋଇଯିବ । ଏହାକୁ ନଡିଆ ଚଟଣି ସହ ଗରମା ଗରମ ପରଷି ଦିଅନ୍ତୁ ।