ରାଜ୍ୟରେ ପୁଣି ଚିହ୍ନଟ ହେଲେ ୭ ନୂଆ କରୋନା ପଜିଟିଭ

ଭୁବନେଶ୍ୱର-: ରାଜ୍ୟକୁ ଘାରିଲାଣି କରୋନା ଭୟ । ରାଜ୍ୟରେ ପୁଣି ଚିହ୍ନଟ ହେଲେ ୭ ନୂଆ କରୋନା ପଜିଟିଭ । ଏଥି ସହିତ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ହୋଇଛି । ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକ ଜିଲ୍ଲାରୁ ୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପୁରୀ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା  କୋଭିଡ-୧୯ ମାମଲା ୫ହଜାର ୩ଶହ ୬୪କୁ ବୃଦ୍ଧି ହୋଇଛି । ଗତ ୨୪ଘଣ୍ଟାରେ ୪୮୯ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କୋଭିଡ-୧୯ର ଏହି ପ୍ରଜାତି ୨୦୨୩ ଅଗଷ୍ଟରେ ଚିହ୍ନଟ ହୋଇଥିଲା । ଏହା ଓମିକ୍ରନ୍‌ର ଏକ ଉପପ୍ରଜାତି ଯାହା ସେତେଟା ଘାତକ ନୁହେଁ । ଏଥିରେ ମଧ୍ୟମ ଧରଣର ଜ୍ୱର, କାଶ ଓ ଥଣ୍ଡା ହୋଇଥାଏ । ତେବେ ବୟସ୍କ ଓ ଏକାଧିକ ଜଟିଳ ରୋଗ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଘାତକ ହୋଇପାରେ । ତେଣୁ ଏହି ବର୍ଗର ଲୋକମାନେ କୋଭିଡ ନିର୍ଦ୍ଦେଶାବଳୀକୁ ପାଳନ କରିବାର ଆବଶ୍ୟକତା ରହିଛି । ରାଜ୍ୟରେ ଉପରମୁହାଁ କରୋନା