ଭୁବନେଶ୍ୱର;- ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପରେ ପୁଣି ସ୍ୱାଭାବିକ ହୋଇଛି । ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ମହାସ୍ନାନ ହୋଇଥିଲା । ପରେ ପୁଣି ଆରମ୍ଭ ହୋଇଛି ଲିଙ୍ଗରାଜଙ୍କ ନୀତିକାନ୍ତି । ସାହାଣ ମେଲା ଦର୍ଶନ କରାଇଥିବା ବଡୁ ସେବାୟତଙ୍କୁ ହେବ ପଚରାଉଚରା । କେଦାରଗୌରୀ ମନ୍ଦିରରେ ଦିଅଁଙ୍କ ବିବାହ ସଂପୂର୍ଣ୍ଣ ହେବା ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ଦ୍ୱାର ଖୋଲିଥିଲେ ବଡୁ ନିଯୋଗ । ମଙ୍ଗଳ ଆଳତି ପୂର୍ବରୁ ସେବାୟତ ଜଣଙ୍କ ମନ୍ଦିର ଦ୍ୱାର ଖୋଲି ଭକ୍ତଙ୍କୁ ସାହାଣ ମେଲା ଦର୍ଶନ କରାଇଥିଲେ । ଏହାକୁ ନେଇ ସେବାୟତ ନିଯୋଗଙ୍କ ମଧ୍ୟରେ ଅସନ୍ତୋଷ ହୋଇଥିଲା । ପୂଜାପଣ୍ଡା ନିଯୋଗ ମଙ୍ଗଳ ଆଳତି କରିବା ପରେ ଦ୍ୱାର ଖୋଲି ଅନ୍ୟ ନୀତିକାନ୍ତି ହେବ କଥା । ଏହା ପୂର୍ବରୁ ଆଡ଼ପ ଦର୍ଶନ ଆରମ୍ଭ ହୋଇ ଥିବାରୁ ପୂଜାପଣ୍ଡା ପକ୍ଷରୁ ମଙ୍ଗଳ ଆଳତି ବନ୍ଦ କରାଯାଇଥିଲା ।