ଗୁଆ ଅରୁଆ ଚାଉଳ ଦେଇ ମହାଦେବଙ୍କ ବିବାହ ପାଇଁ ଅନ୍ୟ ଦେବାଦେବୀଙ୍କୁ ନିମନ୍ତ୍ରଣ

ପଶ୍ଚିମ ଓଡିଶାର ଅନ୍ୟତମ ପର୍ବ ଶୀତଳ ଷଷ୍ଠୀ । ସମ୍ବଲପୁରର ଏହି ଶୀତଳ ଷଷ୍ଠୀ ପର୍ବରେ ଦେବ ନିମନ୍ତ୍ରଣ କାର୍ଯ୍ୟ ଶେଷ ହୋଇଛି । ମହାଦେବଙ୍କ ବିବାହରେ ସାମିଲ ହେବା ପାଇଁ ଗୁଆ ଅରୁଆ ଚାଉଳ ଦେଇ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି । ଦେବୀ ପାର୍ବତୀଙ୍କ ପାଣିଗ୍ରହଣ ପାଇଁ ବରଯାତ୍ରୀଙ୍କୁ ନେଇ ବାହାରିବେ ଦେବ ଦେବ ମହାଦେବ । ନୃସିଂହ ମହାପ୍ରଭୁ ନନ୍ଦପଡାରେ ଦେବ ନିମନ୍ତ୍ରଣ ପାଇଁ ବାହାରିଥିବା ବେଳେ ଝାଡୁଆପଡାରେ ହନୁମାନ ଓ ଅନ୍ୟ ପୂଜାମଣ୍ଡପରେ କୃଷ୍ଣ ମହାପ୍ରଭୁ ଦେବ ନିମନ୍ତ୍ରଣ କରିଛନ୍ତି । ଆଜି ଜଗତଜନନୀ ମା’ ପାର୍ବତୀଙ୍କ ହାତ ଧରିବେ ଦେବ ଦେବ ମହାଦେବ । ପୂର୍ବ ନିର୍ଦ୍ଧାରିତ ଲଗ୍ନ ହିସାବରେ ବିଳମ୍ବିତ ରାତିରେ ବିବାହ ନୀତି ସମ୍ପର୍ଣ୍ଣ ହେବ । ଦେବ ଦେବ ମହାଦେବ ଦେବୀ ପାର୍ବତୀଙ୍କ ପାଣିଗ୍ରହଣ ପାଇଁ ବରଯାତ୍ରୀଙ୍କୁ ନେଇ ବାହାରିବେ ।