କୋରାପୁଟ-: ଟ୍ରାକ୍ରୁ ଖସିଲା ମାଲବାହୀ ଟ୍ରେନର ୨୫ ୱାଗନ୍ । ବୁଧବାର ଆନ୍ଧ୍ର ଟାଇଡାରୁ ଚିମିଡିପାଲି ଭିତର ଟନେଲ୍ରେ ୱାଗନ୍ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହେବା ଫଳରେ କିରଣ୍ଡୁଲ- ବିଶାଖାପାଟଣା ପାସେଞ୍ଜରର ଗତିପଥ ପରିବର୍ତ୍ତନ କରାଯାଇଛି । ଖବର ପାଇ ରେଳ ବିଭାଗ ପୋଲିସ ଏବଂ ଜରୁରୀ କାଳୀନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ ଯେ, କୋରାପୁଟ କୋତାବାଲସା-କିରଣ୍ଡୁଲ ରେଳ ଲାଇନର ତାଇଡ଼ା ଓ ଚିମଡିପାଲି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ର ୨୫ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଛି । କୋରାପୁଟ ବିଶାଖାପାଟଣା ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମାଲବାହୀ ଟ୍ରେନଟି କିରୋଣ୍ଡୁଲ ଠାରୁ ଲୁହା ପଥର ନେଇ ବିଶାଖାପାଟଣା ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି ।