ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ପରେ ଭାରତୀୟ ଟେଷ୍ଟ କ୍ରିକେଟରେ ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଆସନ୍ତା ଜୁନ୍ 20ରୁ ଇଂଲଣ୍ଡ ଗସ୍ତ ସହିତ ଆରମ୍ଭ ହେବ। ବିସିସିଆଇ ଶନିବାର ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଛି। ଶୁଭମନ ଗିଲଙ୍କୁ ନୂତନ ଅଧିନାୟକ କରାଯାଇଛି। ରେଡ୍ ବଲ୍ ଦଳର କମାଣ୍ଡ ସମ୍ଭାଳିବେ ଶୁବମନ ଗିଲ୍ । ଅର୍ଥାତ୍ ଦଳର କ୍ୟାପଟେନ୍ ଗିଲ୍ । ସେହିଭଳି ଋଷଭ ପନ୍ତ ଉପ-ଅଧିନାୟକ । କାରଣ ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ଉଭୟ ଖେଳାଳି ଦଳ ପାଇଁ ଥିଲେ ଅଭିଜ୍ଞ ।
ଭାରତୀୟ ଦଳ ଏକ ଯୁବ ଦଳ ସହିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଚତୁର୍ଥ ସଂସ୍କରଣ ଆରମ୍ଭ କରିବ। ଅଧିନାୟକ ରୋହିତ ଶର୍ମାଙ୍କ ଟେଷ୍ଟରୁ ଅବସର ପରେ, ଯୁବ ଶୁଭମନ ଗିଲଙ୍କୁ ନୂତନ ଅଧିନାୟକ କରାଯାଇଛି। ରିଷଭ ପନ୍ତଙ୍କୁ ତାଙ୍କର ଡେପୁଟି ଭାବରେ ନିଯୁକ୍ତ କରାଯାଇଛି। ବିରାଟ କୋହଲିଙ୍କ ଟେଷ୍ଟ ଅବସର ପରେ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ସାଇ ସୁଦର୍ଶନଙ୍କୁ ଚୟନ କରାଯାଇଛି। ଭାରତୀୟ ଦଳରେ ରବିନ୍ଦ୍ର ଜାଡେଜା ଏବଂ ଜସପ୍ରିତ ବୁମରାହ କେବଳ ଦୁଇ ଜଣ ଅଭିଜ୍ଞ ଖେଳାଳି।