ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଆଇପିଏଲ 2025 ପାଇନାଲକୁ ନେଇ ଆସିଲା ବଡ଼ ଅପଡେଟ୍ । ଇପିଏଲ ଫାଇନାଲ୍ ଏବେ ଜୁନ୍ 3 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ମଙ୍ଗଳବାର ଦିନ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତଥାପି, ପ୍ଲେଅଫ୍ର ପ୍ରଥମ ଦୁଇଟି ମ୍ୟାଚ୍ ଅର୍ଥାତ୍ କ୍ୱାଲିଫାୟର୍ ୧ ଏବଂ ଏଲିମିନେଟର୍ – ଯଥାକ୍ରମେ ମେ ୨୯ ଏବଂ ମେ ୩୦ରେ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଖେଳାଯାଇପାରେ । ଦେଶରେ ଧୀରେ ଧୀରେ ବର୍ଷା ଋତୁ ଆରମ୍ଭ ହେଉଥିବାରୁ, ଏହି ସ୍ଥାନଗୁଡ଼ିକୁ ବାଛିବା ସମୟରେ ବିସିସିଆଇର ପ୍ରାଥମିକ ବିଚାର ଥିଲା ପାଗ ପରିସ୍ଥିତି। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, IPL 2025ର ଫାଇନାଲ୍ କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରାଯାଇଛି।
ସୂଚନା ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ, BCCI ଏକ ସପ୍ତାହ ପାଇଁ IPL 2025 କୁ ସ୍ଥଗିତ ରଖିଥିଲା। ଏହା ପରେ ୧୭ ମଇରୁ ପୁଣି ଆରମ୍ଭ ହୋଇଥିଲା। ଏହି କାରଣରୁ ବିସିସିଆଇକୁ କାର୍ଯ୍ୟସୂଚୀ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଲା। ଫାଇନାଲ ମ୍ୟାଚ୍ ଏବେ ୨୫ ମଇ ପରିବର୍ତ୍ତେ ୩ ଜୁନରେ ଖେଳାଯିବ।