ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ

 ଭୁବନେଶ୍ୱର: ତାତିରେ ଛାଟପଟ  ହେଉଛନ୍ତ ରାଜ୍ୟ ବାସି । ରାଜ୍ୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ । ୩୭ ଡିଗ୍ରୀ ଅତିକ୍ରମ କଲା ରାଜଧାନୀ ତାତି । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୪୮.୭% ଆଦ୍ରତା ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାରେ ତ ଅସହ୍ୟ ହେଲାଣି ତାତି। ନା ଘରେ ରହି ହେଉଛି ନା ବାହାରେ। ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍‌କିଲ୍ । ଜରୁରୀ କାମ ଥିଲେ ଚଷମା, ଟୋପି ଓ ଓଦା ଗାମୁଛା ସାହାରା ।