ଭୁବନେଶ୍ବର: ଚଳିତ ବର୍ଷ ଶେଷ ସୁଦ୍ଧା କଟକ – ସମ୍ବଲପୁର ରାସ୍ତା କାମ ଶେଷ ହେବ କହିଲେ ପୂର୍ତ୍ତ ମନ୍ତ୍ରୀ | ସେ କହିଛନ୍ତି କଟକ – ସମ୍ବଲପୁର ରାସ୍ତା ଶେଷ ପର୍ଯ୍ୟାୟରେ | ସେଥିରେ ଯେଉଁ ଏଜେନ୍ସି କାମ କରିଥିଲା, ସେ ଏଜେନ୍ସି ଆର୍ଥିକ ଦୁର୍ବଳ କାରଣରୁ ବିଳମ୍ବ ହୋଇଥିଲା | କିଛି ଭିଓପି କାରଣରୁ କିଛି ମାତ୍ରାରେ ବିଳମ୍ବ ହୋଇଛି | ଚଳିତ ବର୍ଷ ଶେଷ ସୁଦ୍ଧା ରାସ୍ତା କାମ ଶେଷ ହେବ| ଗତ ପାଞ୍ଚ ବର୍ଷରେ ରାଜ୍ୟରେ ଯେତିକି ଜାତୀୟ ରାଜପଥ ତିଆରି ହୋଇଥିଲା ଗୋଟେ ବର୍ଷରେ ସେତିକି ରାସ୍ତା ନିର୍ମାଣ କରାଯିବ| 2036 ଏବଂ 47କୁ ଆଖିରେ ରଖି ସବୁ ପ୍ରମୁଖ ଅଂଚଳ, ବାଣିଜ୍ୟ ଅଂଚଳ ଏବଂ ବନ୍ଦରକୁ ଯୋଗାଯୋଗ କରିବା ପାଇଁ ଯୋଜନା ହୋଇଛି, ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି|
ରାଜ୍ୟରେ ଥିବା ଜାତୀୟ ରାଜପଥର ସମୀକ୍ଷା ପ୍ରକଳ୍ପର ଗତି ଏବଂ କେବେ ଶେଷ ହେବ ସେନେଇ ସମୀକ୍ଷା ହୋଇଛି | ଚଳିତ ବର୍ଷ କେନ୍ଦ୍ର ସରକାର 13 ହଜାର କୋଟି ଟଙ୍କାର ନୀତିଗତ ଅନୁମୋଦନ ଦେଇଛନ୍ତି | ସେଥିରେ କଣ୍ଡିସନ ଅଛି ଦ୍ରୁତ ଗତିରେ କାମ ସାରିବା ପାଇଁ | ସେପ୍ଟେମ୍ବର ସୁଦ୍ଧା 2 ହଜାର କୋଟି ଟଙ୍କାର ରାସ୍ତା କାମ ସରିବକୁ ଲକ୍ଷ ଧାର୍ଯ୍ୟ ହୋଇଛି | ପୁରା ବର୍ଷରେ ସମ୍ପୂର୍ଣ ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଏକ ରେକର୍ଡ ହେବ ସେଥିପାଇଁ ଆଜି ସମୀକ୍ଷା ହୋଇଛି|