ଆଜି ପବିତ୍ର ନୃସିଂହ ଚତୁର୍ଥୀ : ଅନୁକୂଳ ହେବ ଯନ୍ତାଗାଢ଼

ପୁରୀ:  ଆଜି ପବିତ୍ର ନୃସିଂହ ଚତୁର୍ଥୀ । ରଥ ପାଇଁ ଅନୁକୂଳ ହେବ ଯନ୍ତାଗାଢ଼ । ମହାପ୍ରଭୁଙ୍କ ଯାତ ଭୋଗ ସରିବା ପରେ ତୁଳସୀ ମାଳ ଓ ଫଳକ ଅନାବରଣ କରି ରୂପକାର ସେବକମାନେ ଗୁଜ ଅନୁକୂଳ କରିବେ l ରୂପକାର ସେବକମାନେ ଧଉରା ଓ ଅସନ କାଠରେ ଗୁଜ ନିର୍ମାଣର ଶୁଭାରମ୍ଭ କରିବେ l ଭୋଇ ସେବକମାନେ ୧୨ ଫୁଟିଆ କାଠ ଆଣି ରଥ ଖଳାରେ ରଖିବା ପରେ ବିଶ୍ୱକର୍ମା ମହାରଣା ମାନେ ଚୌପଟ କରି ରୂପକାର ସେବକଙ୍କୁ ଯୋଗାଇବେ l ବିଧିବଦ୍ଧ ଭାବେ ରୂପକାର ସେବକମାନେ ରଥ ଖଳାରେ ଯୋଗଦେବେ । ରୂପକାର ସେବକମାନେ କୋଣ ଗୁଜରେ ନର ବିରାଳ, ସିଂହ ବିରାଳ, ହସ୍ତୀ ବିରାଳ ଖୋଦେଇ କରିବେ । ୩ ରଥର କୋଣ ଗୁଜ, ପଟ୍ଟ ଗୁଜ, ଖମ୍ବି, ନାଟଗୋଡ, ତାରି ପରିଚ୍ଛା, ସିଂହାସନ, ପ୍ରଭା ଓ ମୁହାଁଟରେ ଖୋଦେଇ କରିରେ ରୂପକାର ।