ୱେବସାଇଟରେ ପ୍ରକାଶିତ ହେବ ଚଳିତ ମାଟ୍ରିକ୍ ସାର୍ଟିଫିକେଟ୍

ଭୁବନେଶ୍ୱର :  ୱେବସାଇଟରେ ପ୍ରକାଶିତ ହେବ ଚଳିତ ମାଟ୍ରିକ୍ ସାର୍ଟିଫିକେଟ୍ ।   ପାସ୍‌ କରିଥିବା ପରୀକ୍ଷାର୍ଥୀମାନେ ସେମାନଙ୍କ ଡିଜିଟାଲ୍‌ ସାର୍ଟିଫିକେଟ୍‌ ଘରେ ବସି ମଧ୍ୟ ପାଇପାରିବେ । ପରୀକ୍ଷାର୍ଥୀମାନେ ନିଜ ହ୍ୱାଟସ୍‌ଆପ୍‌ରେ ମଧ୍ୟ ଏହି ଡିଜିଟାଲ୍‌ ସାର୍ଟିଫିକେଟ୍‌ ସିଧାସଳଖ ପାଇବା ଲାଗି ସୁଯୋଗ ରହିଛି । ଏଥିଲାଗି ବୋର୍ଡ ପକ୍ଷରୁ ୭୭୧୦୦୫୮୧୯୨ ହ୍ୱାଟସ୍‌ଆପ୍‌ ନମ୍ବର ଜାରି କରାଯାଇଛି । ଉକ୍ତ ହ୍ୱାଟସ୍‌ଆପ୍‌କୁ ମେସେଜ୍‌ ପଠାଇ ଆବେଦନକାରୀମାନେ ସହଜରେ ମାଟ୍ରିକ୍‌ ସାର୍ଟିଫିକେଟ୍‌ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ପରୀକ୍ଷାର୍ଥୀମାନେ ୭ ଦିନ ମଧ୍ୟରେ ଏହି ଡିଜିଟାଲ୍‌ ସାର୍ଟିଫିକେଟ୍‌ ୱେବ୍‌ସାଇଟ୍‌ରୁ ଯେତେଥର ଡାଉନ୍‌ଲୋଡ୍‌ କଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ମାତ୍ର ଏହାପରେ ଡାଉନ୍‌ଲୋଡ କଲେ ଥରକେ ୫୦୦ ଟଙ୍କା ଅନ୍‌ଲାଇନ୍‌ରେ ଦେବାକୁ ପଡିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।