ପୁରୀ : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଢିଲା ଚିନ୍ତା । ତେଣୁ ପୁରୀରେ ପହଞ୍ôଚଲେ ଏନଏସଜି ଟିମ । ପହଲଗାମ ଆକ୍ରମଣ ପରେ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଏନଏସଜିର ସ୍ୱତନ୍ତ୍ର ଟିମ ପୁରୀରେ ପହଂଚି ଛନ୍ତି । ଶ୍ରୀମନ୍ଦିରର ସୁରକ୍ଷା ନେଇ ପ୍ରଶାସକ ମାନଙ୍କ ସହ ଆଲୋଚନା କରୁଛି । ଜିଲ୍ଲା ପୋଲିସ ସହ ମଧ୍ୟ ପୂର୍ବରୁ ଆଲୋଚନା କରିଥିବା ବେଳେ ପୁରୀ ଏସପି ଙ୍କ ସହ ଟିମ ଅଧିକ ଆଲୋଚନା କରିବ।
ସେପଟେ ମେ ୭ତାରିଖରେ ଦେଶରେ ବିଭିନ୍ନ ସ୍ଥାନରେ ମଡ୍ଡ୍ରିଲ କରାଯିବ । ଗୃହ ମନ୍ତ୍ରାଣଳାୟ ପକ୍ଷରୁ ଓଡ଼ିଶାର ୧୨ଟି ସ୍ଥାନରେ ମକ୍ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଥିମଧ୍ୟରେ ପୁରୀରେ ମକ୍ଡ୍ରିଲ୍ କରାଯିବ ବୋଲି ସୂଚନା ରହିଛି ।