ବ୍ୟୁରୋ-: ଅନ୍ଧାରରେ ଅଧା ୟୁରୋପ । ୟୁରୋପର ଅନେକ ଅଞ୍ଚଳରେ ଅଚାନକ ବ୍ଲାକଆଉଟ୍ ହେବା ନେଇ ଖବର ଆସିଛି । ୟୁରୋପୀୟ ଦେଶ ସ୍ପେନ ଏବଂ ପର୍ତ୍ତୁଗାଲରେ ବଡ଼ ଧରଣର ବିଦ୍ୟୁତ କାଟ ହୋଇଥିବା ରିପୋର୍ଟ ମିଳିଛି ।
ସ୍ପେନ, ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ଅଂଶରେ ଏକ ବିଶାଳ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପରିବହନ, ଯୋଗାଯୋଗ ଏବଂ ଜରୁରୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହି ବିଭ୍ରାଟ ସୋମବାର ମଧ୍ୟାହ୍ନ ପ୍ରାୟ ୧୨:୩୦ରେ ଆରମ୍ଭ ହୋଇଥିଲା, ଯାହାଫଳରେ ମାଦ୍ରିଦ, ଲିସବନ, ବାର୍ସେଲୋନା, ସେଭିଲ ଏବଂ ଭାଲେନ୍ସିଆ ଭଳି ପ୍ରମୁଖ ସହରଗୁଡ଼ିକ ଅନ୍ଧକାରମୟ ହୋଇଛି । ବିମାନ ସେବା, ରେଳ ଏବଂ ମେଟ୍ରୋ ସେବା ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ ବ୍ୟାପକ ଅସ୍ତବ୍ୟସ୍ତତା ସୃଷ୍ଟି ହୋଇଛି । ତେବେ ବ୍ଲାକ୍ଆଉଟ କେଉଁ କାରଣରୁ ହେଲା, ସେନେଇ ଯାଞ୍ଚ କରାଯାଉଛି l