ଭୁବନେଶ୍ୱର;- ପହଲଗାମ୍ ଆତଙ୍କୀ ଘଟଣା । ଓଡିଶାରୁ ପାକିସ୍ତାନୀଙ୍କୁ ବିଦା କରିବାକୁ ଅଣ୍ଟା ଭିଡିଛନ୍ତି ସରକାର । ସେପଟେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଯେଉଁ ପାକିସ୍ଥାନୀ ଓଡ଼ିଶାରେ ଅଛନ୍ତି ତାଙ୍କୁ ବାହାର କରାଯିବ। ତାଙ୍କୁ ଚିହ୍ନଟ କରାଯାଇଛି। ତାଙ୍କୁ ବିଦା କରାଯିବ। ପାକିସ୍ଥାନୀ ଦେଶରେ ରହି ଭାରତ ବିରୋଧୀ କାର୍ୟ୍ୟରେ ଲିପ୍ତ ରହୁଛନ୍ତି। ତେଣୁ ତାଙ୍କୁ ବାହାର କରାଯିବ। ଯେଉଁ ପାକିସ୍ଥାନୀ ଓଡ଼ିଶାରେ ଅଛନ୍ତି ରାଜ୍ୟ ଗୃହ ବିଭାଗ ତାଙ୍କ ଉପରେ ନଜର ରଖିଛି। ତାଙ୍କ ବିଷୟରେ ଅନେକ ରିପୋର୍ଟ ଆସୁଚି। ଗୃହ ବିଭାଗ ବୁଝୁଛି। ଏଠି ରହି ଦେଶଦ୍ରୋହି କାମ କରିଛନ୍ତି। ତାସହିତ ବିନା ରେକର୍ଡ, ବିନା ଭିସା ରେ ଯେଉଁ ବାଂଲାଦେଶୀ ଓଡ଼ିଶାରେ ଅଛନ୍ତି ତାଙ୍କୁ ବି ବିଦା କରାଯିବ। ଭାରତର ମଥା ନଇଁବ ନାହିଁ। ପ୍ରଧାନମନ୍ତ୍ରୀ ଉପଯୁକ୍ତ ନେତୃତ୍ୱ ନେଉଛନ୍ତି। ଠିକ୍ ଆକ୍ସନ ନେବେ କହିଛନ୍ତି ଯୋଗାଣ ମନ୍ତ୍ରୀ।