ମ୍ୟାରେଜ୍ ଆନିଭରସାରି ପାଳିଲେ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ଏବଂ ଅଭିଷେକ ବଚ୍ଚନ…

ମ୍ୟାରେଜ୍ ଆନିଭରସାରି ପାଳିଲେ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ଏବଂ ଅଭିଷେକ ବଚ୍ଚନ। ଉଭୟଙ୍କ ବିବାହ ବିଚ୍ଛେଦ ଘଟିବା ନେଇ ଅନେକ ଗୁଜବ ଭାଇରାଲ ହୋଇଥିଲା । ଏସବୁ ମଧ୍ୟରେ ଐଶ୍ୱର୍ୟ୍ୟା ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବିବାହ ବିଚ୍ଛେଦ ଗୁଜବର ଅନ୍ତ ଘଟାଇଛନ୍ତି । ଗତ ରବିବାର ଅଭିଷେକ ଏବଂ ଐଶ୍ୱର୍ୟ୍ୟା ସେମାନଙ୍କର ୧୮ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏହାକୁ ନେଇ ଏକ ପାରିବାରିକ ଫଟୋ ସେୟାର କରିଥିଲେ ଐଶ୍ୱର୍ୟ୍ୟା । ଏହି ପୋଷ୍ଟ ପରେ ଏବେ କମେଣ୍ଟ ଦେବାରେ ଲାଗିଛନ୍ତି ୟୁଜର୍ସ ।


ଐଶ୍ୱର୍ୟ୍ୟା ଏବଂ ଅଭିଷେକ ୨୦୦୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏପ୍ରିଲ ୨୦ରେ ସେମାନଙ୍କ ବିବାହକୁ ୧୮ ବର୍ଷ ପୂରଣ ହୋଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଦିନଟିକୁ ଉଭୟ ସେମାନଙ୍କ ଝିଅ ଆରାଧ୍ୟା ସହିତ ପାଳନ କରିଛନ୍ତି । ୨୦୨୪ ମସିହାରୁ ଐଶ୍ୱର୍ୟ୍ୟା ଏବଂ ଅଭିଷେକ ଅଲଗା ହେବା ନେଇ ଖବର ଆସିବା ଆରମ୍ଭ ହୋଇଥିଲା ।

କାରଣ ଅନେକ ଇଭେଣ୍ଟରେ ଐଶ୍ୱର୍ୟ୍ୟା ତାଙ୍କ ଝିଅ ଆରାଧ୍ୟା ସହ ପହଞ୍ଚିଥିବା ବେଳେ ଅଭିଷେକ ବଚ୍ଚନ ନିଜ ବାପା ମାଆଙ୍କ ସହ ସମାନ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ବର୍ତ୍ତମାନ ବିବାହ ବାର୍ଷିକୀ ପାଳନ କରି ବିଚ୍ଛେଦ ଗୁଜବରେ ପୁର୍ଣ୍ଣଚ୍ଛେଦ ପକାଇଛନ୍ତି ଦୁହେଁ ।