ବାପା ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ୍‌

ମୁମ୍ବାଇ : ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ୍‌ଙ୍କ ଘରକୁ ଆସିଲା ଖୁସି । ବିବାହର ୭ ବର୍ଷ ପରେ ପୁତ୍ର ସନ୍ତାନର ବାପା ହୋଇଛନ୍ତି ଜାହିର ।  ଚକ ଦେ ଇଣ୍ଡିଆ ଅଭିନେତ୍ରୀ ସାଗରିକା ଘାଟଗେ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୁଅର ଦୁଇଟି ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଖୁସିଖବର ଦେଇଛନ୍ତି।

ସାଗରିକା-ଜାହିରଙ୍କ ଦ୍ୱାରା ଶେୟାର କରାଯାଇଥିବା ଦୁଇଟି ଫଟୋ କଳା-ଧଳା। ଗୋଟିଏ ଫଟୋରେ, ଦମ୍ପତି ପୁଅକୁ ଧରି ପୋଜ ଦେଉଥିବାର ଦେଖାଯାଉଛି। ଦ୍ୱିତୀୟ ଫଟୋରେ, ଶିଶୁଟିର ହାତ ଦୃଶ୍ୟମାନ ହେଉଛି। ଏହି ଫଟୋ ଶେୟାର କରି, ଦମ୍ପତି କ୍ୟାପସନରେ ଲେଖିଛନ୍ତି – ପ୍ରେମ, କୃତଜ୍ଞତା ଏବଂ ଦିବ୍ୟ ଆଶୀର୍ବାଦ ସହିତ ଆମେ ଆମର ଆଦରର ଛୋଟ ଶିଶୁ ଫତେହସିଂ ଖାନଙ୍କୁ ସ୍ବାଗତ କରୁଛୁ।