ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ।  ଆସନ୍ତା ୨୨ ଓ ୨୩ ତାରିଖରେ ବାଦ ପଡ଼ିଥିବା ୧ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ ।  ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ ।  ତୃତୀୟ କିସ୍ତି ପରେ ଯେଉଁମାନଙ୍କ ବୟସ ୨୧ ବର୍ଷ ହୋଇଥିବେ ତାଙ୍କ ପାଇଁ ପୁଣି ସୁଭଦ୍ରା ଖୋଲିବ ।

ସୂଚନା ଅନୁଯାୟୀ , ସୁଭଦ୍ରା ଯୋଜନାରୁ ବାଦ ପଡ଼ିଛନ୍ତି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା ।  ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ପାଇଛନ୍ତି । ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା  ।  ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଛନ୍ତି  ।  ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି  ।