ଓଡ଼ିଆ ପକ୍ଷର ପଞ୍ଚମ ଦିବସରେ ସାରା ରାଜ୍ୟରେ ପାଳିତ ହୋଇଯାଇଛି ଐତିହ୍ୟ ଗଣଦୌ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ଓଡ଼ିଆ ପକ୍ଷ। ଏହି କ୍ରମରେ ଆଜି ଓଡ଼ିଆ ପକ୍ଷର ପଞ୍ଚମ ଦିବସରେ ସାରା ରାଜ୍ୟରେ ପାଳିତ ହୋଇଯାଇଛି ଐତିହ୍ୟ ଗଣଦୌଡ଼।

ଓଡ଼ିଆ ପକ୍ଷ ଏବଂ ଐତିହ୍ୟ ଗଣଦୌଡ଼ର ପାଳନ ଅବସରରେ ବିଶିଷ୍ଟ କ୍ରୀଡ଼ାବିତ ଅମିତ ରୋହିଦାସ, ଶ୍ରାବଣୀ ନନ୍ଦ, ଅନୁରାଧା ବିଶ୍ୱାଳ ଏବଂ ଅମିୟ ମଲ୍ଲିକ ସମସ୍ତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ପକ୍ଷ ପରିପ୍ରେକ୍ଷୀରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକରେ ଯୋଗଦାନ ଦେବା ପାଇଁ ବାର୍ତ୍ତା ପ୍ରଦାନ କରିଛନ୍ତି।