ଜଙ୍ଗଲ ଭିତକୁ ଚମ୍ପଟ୍ ମାରିବା ବେଳେ ଏନ୍‌କାଉଣ୍ଟର କଲା ପୋଲିସ

ବ୍ୟୁରୋ-: ତାଳଚେର ତାଳବେଡା ଜଙ୍ଗଲରେ ପୋଲିସର ଏହି ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର । ସୁଶାନ୍ତର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ସୁଶାନ୍ତ ତାଳଚେରସ୍ଥିତ ସ୍କଟଲାଣ୍ଡପୁର ଜଙ୍ଗଲରେ ଏକ ଅପରାଧ କରିବା ଲାଗି ଯୋଜନା କରୁଥିଲା ବେଳେ ତାଳଚେର ଏବଂ ଅନୁଗୁଳ ସ୍ପେଶାଲ ସ୍ବାର୍ଡ ଖବର ପାଇ ମିଳିତ ଚଢ଼ାଉ କରିଥିଲେ। ଏହି ସମୟରେ ପୋଲିସକୁ ଦେଖି ପ୍ରଥମେ ୩ ରାଉଣ୍ଡ ଗୁଳି କରିଥିଲା ସୁଶାନ୍ତ। ପରେ ପୋଲିସର ପାଲଟା ଗୁଳିରେ ସୁଶାନ୍ତ ଗୁରୁତର ହୋଇଥିଲା । ଘଟଣାସ୍ଥଳରୁ ଚମ୍ପଟ୍ ମାରିବା ଉଦ୍ୟମ କରି ସ୍କଟଲ୍ୟାଣ୍ଡପୁର ସଂରକ୍ଷିତ ଜଙ୍ଗଲ ଭିତକୁ ଦୌଡ଼ି ପଳାଉଥିବା ବେଳେ ସଶାନ୍ତକୁ ଏନ୍‌କାଉଣ୍ଟର କରାଯାଇଥିଲା।

ତାର ବାମ ଗୋଡ଼ରେ ଗୁଳି ବାଜିବା ପରେ ସେଠାରେ ପଡିଯାଇଥିଲା । ତାକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାର ଚିକିତ୍ସା ଚାଲିଛି । ସୁଶାନ୍ତ ନାଁରେ ତାଳଚେର ସମେତ ବିଭିନ୍ନ ସ୍ଥାନରେ ୨୦ରୁ ଏକାଧିକ ଅପରାଧିକ ମାମଲା ରହିଛି ।