ଭୁବନେଶ୍ୱର ;୧୫ ତାରିଖରେ ବ୍ଲକ ଓ ୨୧ରେ ଜିଲ୍ଲାରେ ମଶାଲ ରାଲି କରିବ କଂଗ୍ରେସ । ୩୧୪ ବ୍ଲକ ଏବଂ ୩୫ ସାଂଗଠନିକ ଜିଲ୍ଳାର ମଶାଲ ଜାଳି ହଜି ଯାଇଥିବା ଶିଶୁ ଓ ନାରୀଙ୍କୁ ଖୋଜିବେ କଂଗ୍ରେସ ନେତା ଓ କର୍ମୀ । ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଘୋଷଣା । ଆସନ୍ତା ୧୫ ତାରିଖ ସମସ୍ତ ୩୧୪ ବ୍ଲକରେ ମଶାଲ ରାଲି କରିବ କଂଗ୍ରେସ । ମଶାଲ ଜାଳି ହଜି ଯାଇଥିବା ଶିଶୁ ଓ ନାରୀଙ୍କୁ ଖୋଜିବ କଂଗ୍ରେସ । ଜନସାଧାରଣଙ୍କୁ ମଶାଲ ଶୋଭାଯାତ୍ରାରେ ସାମିଲ ହେବା ପାଇଁ ଆହ୍ଵାନ କଲେ ପିସିସି ସଭାପତି । ୨୧ ତାରିଖ ଦିନ ଜିଲ୍ଲା ଗସ୍ତ କରିବେ ପୂର୍ବତନ ପିସିସି ସଭାପତି, ବିଧାୟକ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ରାଜ୍ୟ ସ୍ତରୀୟ ବରିଷ୍ଠ ନେତା । ୩୫ ଜଣ ନେତା ଉପସ୍ଥିତ ରହି ମଶାଲ ରାଲି କରି ଜିଲ୍ଲାପାଳଙ୍କୁ ଘେରାଉ କରିବ କଂଗ୍ରେସ । ପେଟ ପାଇଁ ପାଣି ଓ କ୍ଷେତ ପାଇଁ ପାଣି ପ୍ରସଙ୍ଗରେ ଆଲୋଚନା କରିବେ କଂଗ୍ରେସ ନେତା । ପ୍ରତି ଜିଲ୍ଲାରେ ୫ରୁ ୧୦ କିମି ଯାଏଁ ପଦଯାତ୍ରା କରିବେ କଂଗ୍ରେସ ନେତା ଓ କର୍ମୀ । ପ୍ରତି ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ସମ୍ମିଳନୀ ହେବ । ସମ୍ମିଳନୀରେ ଆଲୋଚନା ପରେ ଜିଲ୍ଲା କମିଟି ଘୋଷଣା ହେବ ।ବରିଷ୍ଠ ନେତା ମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବେ । ପର୍ୟ୍ୟବେକ୍ଷକ ମାନେ ୫ ଦିନ ବ୍ଲକ ମୁଖ୍ୟାଳୟରେ ରହିବେ । ସଂସଦରେ ଯେଉଁ କେନ୍ଦ୍ରୀୟ ନେତା ସୋନିଆ ଗାନ୍ଧୀଙ୍କୁ ଅସମ୍ମାନ କରିବେ, ସେମାନେ ଓଡ଼ିଶା ଆସିଲେ କଂଗ୍ରେସ ତୀବ୍ର ବିରୋଧ କରିବ କଂଗ୍ରେସ । ଚେତାବନୀ ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ ।