କଟକ: ଚୌଦ୍ଵାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାଥମିକତା ରହିଛି ଫସି ରହିଥିବା ଯାତ୍ରୀ କିଭଳି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ö ୨.୩୫ ରେ ସ୍ଵତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ଯାଇ କଟକ ରେ ପହଞ୍ଚିଛି। ଯାତ୍ରୀଙ୍କୁ ସେହି ଟ୍ରେନ ଦ୍ଵାରା କାମାକ୍ଷା ରେ ପହଞ୍ଚିବ। ଅପଲାଇନ୍ ରେ ସାଧାରଣ ଭାବେ ଟ୍ରେନ ଚଳାଚଳ ହେଉଛି। ଡାଉନ୍ ଲାଇନ୍ ୫ ଟି ଟ୍ରେନ ଡାଇଭର୍ଟ ହେଇଛି। ଲାଇନଚ୍ୟୁତ ହୋଇଥିବା ଟ୍ରେନ ର ଯାତ୍ରୀ ମାନଙ୍କୁ ନେଇ ରିଲିଫ ସ୍ୱତନ୍ତ୍ର ଟ୍ରେନ କଟକ ମାର୍ଗ ଦେଇ କାମାକ୍ଷା ଯାତ୍ରା କରିଛି I ଯଥା ଶୀଘ୍ର ଡାଉନ୍ ଲାଇନ୍ ରେ ମଧ୍ୟ ଟ୍ରେନ ଚଳାଚଳ ସ୍ଵାଭାବିକ ପାଇଁ ଚେଷ୍ଟା କରାଯାଉଥିବା ଜଣାଯାଇଛି ।