ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଛି ଆୟୁଷ୍ମାନ ଭାରତ ଯୋଜନା ପ୍ରଶିକ୍ଷଣ ଶିବିର…

ଆୟୁଷ୍ମାନ ଭାରତ ଯୋଜନା କୁ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଲୋକେ କିଭଳି ଏହି ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଶେଷ ହୋଇଛି ସମସ୍ତ ପ୍ରକ୍ରିୟା । ଏହି କାର୍ୟ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମିଳନୀ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି ପ୍ରଶିକ୍ଷଣ ଶିବିର ।

ଏହି ଶିବିର ରେ ଟାଙ୍ଗୀ ବ୍ଲକର ୨୬ ଟି ପଂଚାୟତ ର ଆଶା କର୍ମୀ. ଅଙ୍ଗନ ବାଡ଼ି କର୍ମୀ । କମ୍ମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ୟ୍ୟକ୍ରମ ରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡା ସତ୍ୟ ରଂଜନ ନନ୍ଦ. ଆୟୁଷ ଡା କବିତା ସାହୁ । Pho ଝୁମରାଣୀ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇ ଆୟୁଷ୍ମାନ ଭାରତ ଯୋଜନା କାର୍ୟ୍ୟକ୍ରମ ସଂମ୍ପର୍କରେ ଉପସ୍ଥିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ସଚେତନ କରାଇଥିଲେ ।

ଆସନ୍ତା ଉତ୍କଳ ଦିବସ ଅବସରରେ ଏହି ଯୋଜନା ରାଜ୍ୟ ହେଵାକୁ ଥିବା ବେଳେ ସେହି ଦିନ ପ୍ରତ୍ୟେକ ଗ୍ରାମ ପଂଚାୟତ ର ୨୫ ଜଣ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି । ସେଥିପାଇଁ ସମସ୍ତେ ସହଯୋଗ କରିବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡା ନନ୍ଦ ଅନୁରୋଧ କରିଛନ୍ତି ।