ଚେନ୍ନାଇ ଗଲେ ପୂର୍ବତନ ବିଜେଡି ସାଂସଦ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର:  ଚେନ୍ନାଇ ଗଲେ ପୂର୍ବତନ ବିଜେଡି ସାଂସଦ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ଆସନ୍ତାକାଲି ହେବାକୁ ଥିବା ବୈଠକରେ ଯୋଗ ଦେବେ। ଅମର ପଟ୍ଟନାୟକ କହିଛନ୍ତି ଡିଲିମିଟେସନ୍ ଦ୍ଵାରା ଓଡ଼ିଶା ପ୍ରଭାବିତ ହେବ। ତେଣୁ ରାଜ୍ୟ ସ୍ବାର୍ଥ ଦୃଷ୍ଟିରୁ ବିଜେଡି ଏହି ବୈଠକରେ ଯୋଗ ଦେବ। ଏହା କୌଣସି ନେସନାଲ ଫ୍ରଣ୍ଟ ବୈଠକ ହୋଇନଥିବାରୁ ରାଜନୀତିକ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ ନୁହେଁ। ବିଜେଡିର ସମଦୁରତା ନୀତି ରହିଛି। ସଞ୍ଜୟ ଦାସବର୍ମା କହିଛନ୍ତି ଜନସଂଖ୍ୟା ଦୃଷ୍ଟିରୁ ଡିଲିମିଟେସନ ହେଲେ ଓଡ଼ିଶା ସମେତ ୮ ରାଜ୍ୟ ପ୍ରଭାବିତ ହେବ।ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ଓଡିଶା ସମେତ ଏହି ରାଜ୍ୟ ସଫଳ ହୋଇଥିବାରୁ ସିଟ ସଂଖ୍ୟା ହ୍ରାସ ପାଇବ। ତେଣୁ ଓଡ଼ିଶା ସ୍ବାର୍ଥ ଦୃଷ୍ଟିରୁ ଯାହା ଆବଶ୍ୟକ ତାହା କରାଯିବ।