ରାଜ୍ୟରେ ବଢୁଛି ମଦ୍ୟପ ଗାଡ଼ି ଚାଳକଙ୍କ ସଂଖ୍ୟା

ଭୁବନେଶ୍ୱର; ରାଜ୍ୟରେ ବଢୁଛି ମଦ୍ୟପ ଗାଡ଼ି ଚାଳକଙ୍କ ସଂଖ୍ୟା । ତିନି ବର୍ଷ ରେ ମଦ୍ୟପାନ ଯୋଗୁ ଘଟିଲାଣି ୨୧୨୭ ଟି ଦୁର୍ଘଟଣା । ୨୨ ହଜାର ୬୭୨ ମଦ୍ୟପ ଗାଡ଼ି ଚାଳକ ଧରା ପଡିଥିବା ବେଳେ ୧୧ ହଜାର ୩୭୭ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି ।ଗତ ୫ ବର୍ଷ ରେ ୫୬ ହଜାର ୮୩୧ ଟି ସଡ଼କ ଦୁର୍ଘଟଣାରେ ୨୭ ହଜାର ୧୬୭ ଟି ଜୀବନ ଯାଇଛି ଏବଂ ଆହତ ହୋଇଛନ୍ତି ୫୦ ହଜାର ୪୧ ଜଣ ।ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା ।