ବସ୍ତାରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

0

ବସ୍ତା (ଅଜିତ ସାହୁ) : ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ସ୍ଥିତ ସଭା ଗୃହ ପରିସରରେ ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଉଛି। ଏଥିରେ ୭୨ ଅଭିଯୋଗ ଦାଖଲ ହୋଇଥିଲା। ବିଶେଷ କରି ବିଭିନ୍ନ ପଞ୍ଚାୟତର ପାନୀୟ ଜଳ ସମସ୍ୟା, ସରକାରୀ ଜମି ଜାଗା ରୁ ଜବର ଦଖଲ ଉଚ୍ଛେଦ,ବ୍ଲକ୍ ମହକୁମା ରେ କଲେଜ ନ ଥିବାରୁ, ଶମ୍ଭୁନାଥ ହାଇସ୍କୁଲ ରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ ଖୋଲିବା ଓ ବିଭିନ୍ନ ଏକ୍ସପ୍ରେସ ଟ୍ରେନ ବସ୍ତା ରେ ରହଣି,ବସ୍ତା ଦକ୍ଷିଣ କେବିନ ନିକଟରେ ଉଡନ୍ତା ପୋଲ ନିର୍ମାଣ ପାଇଁ ଜେଏମଏମ ପକ୍ଷ ରୁ ଦାବି।ବାଲି ଓ ମାଟି ଚୋରା ଚାଲାଣ ରୋକିବା ପାଇଁ କଡ଼ା କଡି ପଦକ୍ଷେପ ନେବାକୁ ଦାବି ହୋଇଥିବା ବେଳେ ଯୁଗ୍ମ ଜନ ଶୁଣାଣି ଶିବିର ଆୟୋଜନ ସମ୍ପର୍କରେ ଜନସାଧାରଣ ଠିକ୍ ଭାବେ ଅବଗତ ହୋଇନଥିବା ଅଭିଯୋଗ। ମାତ୍ର ୭୨ ଟି ଅଭିଯୋଗ ଆସିଥିବା ବେଳେ ୨୧ ଟି ଭତ୍ତା ସଂକ୍ରାନ୍ତୀୟ ଓ ଅବଶିଷ୍ଟ ଆବାସ,ଗୋଷ୍ଠୀ ଏବଂ ସାର୍ବଜନୀନ ଅଭିଯୋଗ ହୋଇଥିଲା। ତେବେ ଜନ ଶୁଣାଣି ପୂର୍ବରୁ ଲୋକଙ୍କୁ ଅବଗତ କରାଇବା କୁ ଦୃଢ଼ ଦାବି ହୋଇଥିବା ବେଳେ ,ପୂର୍ବରୁ ହୋଇଥିବା ଅଭିଯୋଗ ର କୌଣସି ସମାଧାନ ନହେବାରୁ ଅଭିଯୋଗ କରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ଏହା କେବଳ ଲୋକ ଦେଖାଣିଆ ଓ ପ୍ରହସନ ବୋଲି ଲୋକେ ଅଭିଯୋଗ ଆଣିଛନ୍ତି। ଏହି ଶିବିରରେ ଜିଲାପାଳ ସୂର୍ୟ୍ୟବଂଶୀ ମୟୂର ବିକାଶ, ଏସପି ରାଜ ପ୍ରସାଦ, ସିଡିଏମଓ ଗୋପୀନାଥ ପରିଡ଼ା, ଅତିରିକ୍ତ ଏସପି ଦେବଜ୍ୟୋତି ଦାସ,ଏସଡି ପିଓ ମାନସ ଦେଓ, ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂହ, ବିଶ୍ଵ ରଂଜନ ନାୟକ, ବସ୍ତା ତହସିଲଦାର ତଥା ବିଡିଓ ରାଧା ରଞ୍ଜନ ଦାଶ ଯୋଗ ଦେଇଥିବା ବେଳେ , ଜିଲା ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ।