ଅଠରନଳା ପୁରୁଣା ପୋଲ ତଳୁ ଖସି ଜଣେ ଯୁବକଙ୍କ ମୃତ୍ୟୁ

ପୁରୀ: ପୁରୀ ଅଠରନଳା ପୁରୁଣା ପୋଲ ତଳୁ ଖସି ପଡି ଜଣେ ଯୁବକଙ୍କ ମୃତ୍ୟୁ । ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ , ମୃତ ଯୁବକ ଜଣଙ୍କ ପୋଲ ଉପରେ ବସିଥିଲେ । ହଠାତ ଅସାବଧାନତାରୁ ଯୁବକ ଜଣଙ୍କ ପୋଲ ତଳକୁ ଖସିପଡିଥିଲେ । ଯାହାର ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।