କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନାଞ୍ଚଳ ପଳାବୃଡି ପଞ୍ଚାୟତ ଅଞ୍ଚଳରେ ବୁଲୁଛି ଏକ କଲରାପତରିଆ ବାଘ। ଏନେଇ ପ୍ରଚାର ହେବା ପରେ ଆଖପାଖ ଅଞ୍ଚଳର ଲୋକ ଭୟଭୀତ ହୋଇପଡ଼ିଛନ୍ତି। ଫୁଲବାଣୀ ଗୋଛାପଡ଼ା ରାସ୍ତାର ମୁସୁଲିପାଙ୍ଗା ଗ୍ରାମ କଡ଼ିସରୁ ଜଙ୍ଗଲଠାରେ ଏହି କଲରାପତରିଆ ରାସ୍ତା ପାର୍ କରୁଥିବା ଦେଖିାବାକୁ ମିଳିଛି। ଶନିବାର ରାତିରେ ଟେଲାପାଲି ଗାଁର ରଘୁନାଥ ଦିଗଲ ଗାଡ଼ିରେ ଫୁଲବାଣୀରୁ ଗୋଛାପଡ଼ା ଯାଉଥିଲେ। ଏହି ସମୟରେ ବାଘଟି ରାସ୍ତା ପାର୍ କରି ଯାଉଥିବାର ସେ ଦେଖୁଥୁବା କହିଛନ୍ତି। ଫିରିଙ୍ଗିଆ ରେଞ୍ଜର୍ ପ୍ରଦୋଷ ମହାକୁଡ଼ କହିଛନ୍ତି, ଗତ ୬ ମାସ ହେବ ବାଘ ବୁଲୁଥିବା ସୂଚନା ରହିଛି। ପାଦଚିହ୍ନ ମିଳିବା ପରେ ଟ୍ରାପ୍ କ୍ୟାମେରା ଲଗାଇ ବାଘ ଠାବ କରିବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ବାଘର ସନ୍ଧାନ ମିଳି ନ ଥିଲା । ବନ ବିଭାଗ ପକ୍ଷରୁ ନଜର ରଖାଯାଇଥିବା ବେଳେ ଲୋକଙ୍କୁ ଭୟଭୀତ ନହେବା ପାଇଁ ଅନୁରୋଧ କରିଛନ୍ତି ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ପ୍ରଦୋଷ କୁମାର ମହାରଣା ।