ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ

ଭୁବନେଶ୍ୱର: ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ।   ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର।   ଏନେଇ ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଭେରୀଫିକେସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ।  ଫିଜିକାଲ ଭେରୀଫିକେସନ ପରେ ନିଷ୍ପତ୍ତି ନିଆଯିବ।  ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ରଙ୍କ ସୂଚନା।   ଅଭିଯୋଗ ଆସୁଛି ଯେଉଁମାନେ ଆୟକର ଫାଇଲ କରୁଛନ୍ତି କାର୍ଡ କଟି ଯାଉଛି।   କିନ୍ତୁ କାହାର କାର୍ଡ କାଟିବନି।  ଲିଷ୍ଟ ଯାଇଛି ଅଧିକାରୀ ମାନଙ୍କ ପାଖକୁ।   ସେମାନେ ଡୋର ଟୁ ଡୋର ବୁଲି ଦେଖିବେ।   କାହାର ଆୟ କେତେ ତାପରେ କାର୍ଡ କଟିବ।  ଆଜି ବି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି କାହାର କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ।  ପ୍ରକୃତରେ ଯିଏ ଗରିବ ଥିବ କାର୍ଡ ରହିବ।  ଧନୀ ଲୋକ ହାତେଇ ଥିଲେ କଟିବ।   ଆଦୌ ବ୍ୟସ୍ତ ହୁଅନ୍ତି।  ଯଦି କଟିଛି ବିଭାଗକୁ ଜଣାନ୍ତୁ ବୋଲି ଅପିଲ କଲେ ମନ୍ତ୍ରୀ।   ତଦନ୍ତ କରି ସେମାନଙ୍କୁ ସାମିଲ କରାଯିବ।  ଗ୍ରାମାଞ୍ଚଳରେ ମାସିକ 10 ହଜାର ଏବଂ ସହରାଞ୍ଚଳରେ 15 ହଜାର ଆୟ ଥିଲେ କାର୍ଡ କଟିବାକୁ ନିର୍ଦ୍ଦେଶ ଆସିଛି।   ଆମେ ଦେଖୁଛୁ ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ।  ସେଥିପାଇଁ ଫିଜିକାଲ ଭେରିଫିକେସନ ହେବ।