ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର : ପୋଲିସର ତଦନ୍ତ ଜାରି

ଗୁଣୁପୁର / ଦୀପକ କୁମାର ପଣ୍ଡା: ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଆଚପା ନାଳରେ ପଡି ରହିଛି ଜଣେ ବ୍ୟକ୍ତିଙ୍କ ମୃତ ଦେହ । ତେବେ ମୃତ ବ୍ୟକ୍ତି ଙ୍କ ନାମ ସୋନୁ କୁମାର ସିଂ ହୋଇଥିବା ବେଳେ ବିହାର ରାଜ୍ୟର ଗୟା ଜିଲ୍ଲାର ସେରଘାଟ ଅଞ୍ଚଳ ର ବୋଲି ପୋଲିସ୍ ପକ୍ଷରୁ ପଡିଛି। ମୃତ୍ୟୁ କାରଣ ଜଣାପଡି ନଥିବା ବେଳେ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ, ଗୁଣପୁର ଥାନା ଅନ୍ତର୍ଗତ ଆଚବା ନାଳରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଦେଖିବାକୁ ପାଇଥିଲେସ୍ଥାନୀୟ ଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଗୁଣପୁର ପୋଲିସ ପହଞ୍ôଚଥିଲା । ପରେ ଯୁବକଙ୍କ ମୃତଦେହକୁ ନାଳରୁ ଉଦ୍ଧାର କରି ସାଇଣ୍ଟିଫିକ୍ ଟିମ୍ ର ସହାୟତା ନେଇ ତଦନ୍ତ ଜାରି ରଖିଛି ପୋଲିସ୍।