ଭୁବନେଶ୍ୱର: ଚାଲିଛି ମାଟ୍ରିକ ପରୀକ୍ଷା । ଆଜି ହେଉଛି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ । ଏହି ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ରାଜ୍ୟର ୨ହଜାର ୯୯୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଛନ୍ତି ୫ଲକ୍ଷ ୫୧ ହଜାର ଛାତ୍ରଛାତ୍ରୀ ।
ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି କ୍ୟାମେରା । ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ ଏଆଇ ଦ୍ୱାରା କେତେକ ପରୀକ୍ଷା କେନ୍ଦ୍ରରୁ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଥିବା ବେଳେ ତ୍ରୁଟି ସୁଧାରିବାକୁ ସଜାଗ ହୋଇଛି ବୋର୍ଡ । ପରୀକ୍ଷା ସୁପରିଚାଳନା ପାଇଁ ଏଥର ବିଶେଷ ବ୍ୟବସ୍ଥା କରାଯାଇଛି ।
କପି ରୋକିବାକୁ ୪୨ଟି ବୋର୍ଡ ସ୍କ୍ୱାଡ, ୭୨ଟି ଫ୍ଲାଇଂ ସ୍କ୍ୱାଡ ଗଠନ ହୋଇଛି । ଆଜି ଇଂରାଜୀ ପରୀକ୍ଷା ରହିଛି। ତେଣୁ ମନରେ କୋଉଠି ନା କୋଉଠି ଟିକେ ଭୟ ରହିଛି। ତେଣୁ ଦ୍ୱିତୀୟ ଦିନ ବି ପରୀକ୍ଷା ସୁରୁଖୁରୁରେ ସମ୍ପାଦନ ହେବ ବୋଲି ଆଶା କରାଯାଉଛି।