ପ୍ରୟାଗରାଜ ମହାକୁମ୍ଭରେ ବୁଢ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଆଜି ଠାରୁ ୩ଦିନିଆ ଉତ୍ତର ପ୍ରଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ କାଳରେ ସେ ମହାକୁମ୍ଭରେ ବୁଡ ପକାଇବେ । ଏହା ପରେ ଅଯୋଧ୍ୟାରେ ରାମଲଲାକୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ଶେଷ ପର୍ଯ୍ୟାୟରେ ପହଞ୍ôଚଛି ।
ସୂଚନା ଅନୁଯାୟୀ , ଆସନ୍ତା ୨୬ ତାରିଖ ଶିବରାତ୍ରି ଯାଏଁ ଜାରି ରହିବ ଏହି ମେଳା । ଗତମାସ ୧୩ ତାରିଖ ଠାରୁ ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଥିବା ଏହି ଧାର୍ମିକ ମେଳାରେ ଏଯାଏଁ ୫୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇସାରିଲେଣି । ପୂର୍ବରୁ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀଙ୍କ ସହିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ସାମିଲ ହୋଇସାରିଛନ୍ତି ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବୁଡ ପକାଇବାକୁ ଯାଉଛନ୍ତି ।