ଶିକ୍ଷୟିତ୍ରୀ ସୁରେଖା ମଲ୍ଲିକଙ୍କ ବିରୁଦ୍ଧରେ ତିରିଙ୍ଗ ଥାନାରେ ଲିଖିତ ଅଭିଯଗ

ମୟୁରଭଞ୍ଜ / ସତ୍ୟାନାରୟଣ ପାଲ : ଶିକ୍ଷୟିତ୍ରୀ ସୁରେଖା ମଲ୍ଲିକଙ୍କ ବିରୁଦ୍ଧରେ ତିରିଙ୍ଗ ଥାନାରେ ଅଭିଯଗ ।  ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ ବ୍ଲକ ଅନ୍ତର୍ଗତ ବଡଡାଳିମା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଙ୍କ ଅଭିଭାବକ ଅମନ ମହାପାତ୍ର ସଂସ୍କୃତ ଶିକ୍ଷୟତ୍ରୀ ସୁରେଖା ମଲ୍ଲିକ ଙ୍କ ବିରୁଦ୍ଧରେ ତିରିଙ୍ଗ ଥାନାରେ ଲିଖିତ ଅଭିଯଗ କରିଛନ୍ତି ।  ଛାତ୍ରୀ ଜଣକୁ ଶିକ୍ଷୟତ୍ରୀ ସୁରେଖା ମଲ୍ଲିକ କିଛି ଦିନ ପୂର୍ବରୁ ନିର୍ଯାତନା ଦେଇଥିଲେ।   ଯାହାକି ଶୌଚାଳୟରେ ପାଖାପାଖି ତିରିଶ ମିନିଟ ପ୍ରଯ୍ୟନ୍ତ ବନ୍ଦ କରି ରଖିଥିଲେ।  ସୁରେଖା ମଲ୍ଲିକ ବିଦ୍ୟାଳୟ ରେ ବିଭିନ୍ନ ସମୟରେ ବିଶୃଙ୍ଖଳିତ ଆଚରଣ ନେଇ ତା 14.02.2025 ଶୁକ୍ରବାର ଦିନ ଉଚ୍ଚ ପଦସ୍ଥ ଅଫିସର ତଦନ୍ତ କରିବା ପାଇଁ ବିଦ୍ୟାଳୟ କୁ ଆସିଥିଲେ।

ବିଦ୍ୟାଳୟ ର ପିଲା ମାନଙ୍କ ପାଖରୁ ସମସ୍ତ ତଥ୍ୟ ଅନୁସନ୍ଧାନ କଲା ପରେ, ତା ପର ଦିନ ଶିକ୍ଷୟତ୍ରୀ ସୁରେଖା ମଲ୍ଲିକ ସେହି ଛାତ୍ରୀ ପ୍ରତି ପୁଣି ଥରେ ଖରାପ ଆଚରଣ କରିଥିଲେ।  ଏହି ଖବର ପାଇବା ମାତ୍ରେ ଜିଲ୍ଲା ପରିଷଦ ସଭ୍ୟା ଜନତା ବସା, ଅଭିଭାବକ ଏବଂ ସମିତି ସଭ୍ୟ ବଳଦେବ ହେମ୍ବ୍ରମ ଘଟଣା ର ସତ୍ୟସତ୍ୟା ଜାଣିବା ପାଇଁ ବିଦ୍ୟାଳୟ କୁ ପହଞ୍ଚି ଏକ ବୈଠକ ଡାକିଥିଲେ।  ଶିକ୍ଷୟତ୍ରୀ ସୁରେଖା ମଲ୍ଲିକ ଙ୍କୁ ଏ ବିଷୟରେ ପଚାରିବା ରୁ ଏହା ସମ୍ପୂର୍ଣ ମିଥ୍ୟା କହି ବୈଠକ ରୁ ଉଠିପଳାଇଥିଲେ।

 ଏ ବିଷୟରେ ପ୍ରଧାନଶିକ୍ଷକ ଶ୍ରୀ ସୁବଳ ଚନ୍ଦ୍ର ମହାପାତ୍ର ଙ୍କୁ ପଚାରିବାରୁ ସେ କହିଥିଲେ ଯେ ପୂର୍ବରୁ ମଧ୍ୟ ବିଦ୍ୟାଳୟ ର ପିଲାମାନେ ଶିକ୍ଷୟତ୍ରୀ ସୁରେଖା ମଲ୍ଲିକ ବିଦ୍ୟାଳୟ ର ପିଲା ମାନଙ୍କୁ ନିର୍ଯାତନା ଦେଉଥିବାର ଅଭିଯୋଗ କରିଛନ୍ତି।  ଯାହା ଦ୍ୱାରା ପରିଚାଳନା ସମିତି ର ବୈଠକ ଅନୁଯାୟୀ ତାଙ୍କର ଦରମା ଇସ୍ଥଗିତ କରାଯିବା ସହିତ DEO ଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଛି।  ବର୍ତ୍ତମାନ ଅଷ୍ଟମ ଶ୍ରେଣୀ ର ପିଲା ମାନେ ଶିକ୍ଷୟତ୍ରୀ ସୁରେଖା ମଲ୍ଲିକ ଙ୍କ କ୍ଲାସ କରୁନାହାନ୍ତି।  ହଷ୍ଟେଲ ର ପିଲାମାନଙ୍କର ବହିଷ୍କାର ସମ୍ବଦ୍ଧରେ ଦର୍ଶାଇଲେ ପିଲାମାନଙ୍କୁ ହଷ୍ଟେଲ ରୁ ବହିଷ୍କାର କରାଯାଇନାହିଁ, ସନ୍ଧ୍ୟା ସାତ ଘଟିକା ସମୟରେ ହଷ୍ଟେଲ ରୁ ବାହାରି ବାହାରେ ମୋବାଇଲ ରେ କଥା ହେଉଥିବା ରୁ ଦୁଇ ଜଣ ଅଭିଭାବକ ତାଙ୍କ ପିଲାଙ୍କୁ ଘର କୁ ନେଇ ଯାଇଥିଲେ।  ଏବଂ ବିଦ୍ୟାଳୟ ସହିତ କଣସି ସମ୍ପର୍କ ରଖିନଥିଲେ ।