ଭୁବନେଶ୍ୱର; ସେ ଭଗିନୀ, ସେ ଜନନୀ ସେ ହେଉଛି ନାରୀ ରୂପି ନାରାୟଣୀ । ସେ ବିପଦ ବେଳେ ସାଜିପାରେ ଦୁର୍ଗା ଆଉ କେତେବେଳେ ଅତ୍ୟାଚାର ପଡିଲେ ସାଜିପାରେ କାଳି । ଆଉ କେତେବେଳେ ଅନ୍ୟର ହେଉ କି ନିଜର ପିଲାକୁ ଜନନୀ ରୂପରେ କଳୋଇ ନିଏ । ସେଥିପାଇଁ ତ କୁହାଯାଏ ନାରୀର ଶକ୍ତି ସବୁଠାରୁ ଉପରେ । ଦର୍ଶକ ବନ୍ଧୁ ଏମିତି ନାରୀକୁ ବର୍ଣ୍ଣନା କରିବାର ଅର୍ଥ ହେଉଛି, ଜଣେ ମହିଳା ଆରପିଏଫ୍ ନିଜର କଅଁଳ ଶିଶୁକୁ ଛାତିରେ ଜାବୁଡି ଧରିଛନ୍ତି ଆଉ ଗୋଟିଏ ହାତରେ ନିଜର ଲାଠିକୁ । ନାଁ ନିଜର କର୍ତ୍ତବ୍ୟ ଭୁଲିଛନ୍ତି ନାଁ ନିଜର ଦାୟିତ୍ୱ ।

ଏଥିପାଇଁ ତ କୁହାଯାଏ ନାରୀର ଶକ୍ତି ଅପାର । ଥରେ ନଜର ପକାନ୍ତୁ,ଏହି ଫଟୋ ଉପରେ , କିପରି ନିଜ ଛାତିରେ ଛୁଆକୁ ଚାପି ଧରିଛନ୍ତି, ଆଉ ଗୋଟିଏ ହାତରେ ଲାଠି ରହିଛି । ଆରପିଏଫ ରୀନା ହେଉଛନ୍ତି ସମସ୍ତଙ୍କ ପାଇଁ ଏବେ ଉଦାହରଣ । ରୀନାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ଡ୍ୟୁଟିରେ ନିଜର ଛୁଆକୁ ସମ୍ଭାଳିବା ସହ ଯାତ୍ରୀମାନଙ୍କ ଭିଡକୁ ସୁଚାରୁରୂପେ ପରିଚାଳନା କରିଥିଲେ ଆଉ ସତର୍କ କରାଉଥିଲେ । ରୀନାଙ୍କ ସାହସ ଏବଂ ସମର୍ପଣକୁ ଲୋକେ ପ୍ରଶଂସା କରୁଛନ୍ତି ।

ଗତ ଶନିବାର ନୂଆଦିଲ୍ଲୀ ରେଳ ଷ୍ଟେସନରେ ଭିଡ ପ୍ରବଳ ରହିଥିଲା । ସମସ୍ତଙ୍କର ଗନ୍ତବ୍ୟସ୍ଥଳ ହେଉଛି ମହାକୁମ୍ଭ । ହଠାତ ଏକ ଘୋଷଣା ହେଲା କୁମ୍ଭ ଯାଉଥିବା ଟ୍ରେନର ପ୍ଲାଟଫର୍ମ ପରିବର୍ତ୍ତନ ହୋଇଛି । ଶବ୍ଦଟି ଯେତେବେଳେ ସମସ୍ତଙ୍କ କାନରେ ପଡିଲା ସିଡ଼ିରୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ଭିଡ଼ ଭିତରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା ।

ଲୋକମାନେ ଟ୍ରେନ ଛୁଟିବା ଭୟରେ ଟ୍ରେନ୍ ଧରିବା ପାଇଁ ଦୌଡ଼ିବାକୁ ଲାଗିଲେ। କିଛି ସମୟ ମଧ୍ୟରେ, ବିଶୃଙ୍ଖଳା ଏତେ ତୀବ୍ର ହୋଇଗଲା ଯେ ଏହା ଦଳାଚକଟାର ରୂପ ନେଇଗଲା ଆଖି ପିଛୁଳାକେ ନୂଆଦିଲ୍ଲୀ ରେଳ ଷ୍ଟେସନରେଦଳାଚକଟା ଆରମ୍ଭ ହୋଇଗଲା ।

ରେଳବାଇ ପ୍ରଶାସନ ଦଳାଚକଟାକୁ ରୋକିବା ପାଇଁ ଚେଷ୍ଟା କରିବାରେ ବ୍ୟସ୍ତ ଥିଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ୧୮ ଜଣ ଲୋକ ପ୍ରାଣ ହରାଇସାରିଥିଲେ । ଏହି ଏହି ଘଟଣା ପରେ, ରେଳବାଇ ସତର୍କ ହୋଇଥିଲା ଏବଂ RPF ନିୟୋଜିତ ବୃଦ୍ଧି କରାଯାଇଥିଲା
।