ନୂଆଦିଲ୍ଲୀ : ଆଜିଠାରୁ ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷା। ଉଭୟ ଶ୍ରେଣୀର ଥିଓରୀ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ- ସିବିଏସ୍ଇ ୨୦୨୫ ପାଇଁ ଦଶମ ଓ ଦ୍ୱାଦଶ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଆଜି ଦିନ ସକାଳ ୧୦ଟା ୩୦ରେ ଆରମ୍ଭ ହୋଇଛି ପରୀକ୍ଷା। ତେବେ ଦଶମ ଶ୍ରେଣୀ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ।
ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ହେବ । ଆଜି ପ୍ରଥମ ଦିନରେ ଦଶମ ଶ୍ରେଣୀର ଇଂରାଜୀ ପରୀକ୍ଷା ରହିଛି । ୨୦ ତାରିଖରେ ବିଜ୍ଞାନ, ୨୫ରେ ସୋସିଆଲ ସାଇନ୍ସ, ମାର୍ଚ୍ଚ ୧୦ରେ ଗଣିତ, ୧୩ ତାରିଖରେ ହୋମ୍ ସାଇନ୍ସ ପରୀକ୍ଷା ରହିଛି। ସେହିପରି ପ୍ରଥମ ଦିନରେ ଦ୍ବାଦଶ ଶ୍ରେଣୀର ଏଣ୍ଟରପ୍ରିନୁଅରସିପ୍ ବିଷୟ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ।
ଚଳିତ ବର୍ଷ ଭାରତ ଓ ବିଦେଶର ୨୬ଟି ଦେଶର ୭ ହଜାର ୮୪୨ଟି କେନ୍ଦ୍ରରେ ପାଖାପାଖି ୪୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସିବିଏସ୍ଇ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର ସୁପରିଚାଳନା ପାଇଁ ସିବିଏସଇର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ୱେବକାଷ୍ଟ ବ୍ୟବସ୍ଥା କରାଯାଇଛି ।