ବସ୍ତା: ଚକା ଫାଟି ଓଲଟିଲା କାର । କାର୍ରେ ଥିବା ଡ୍ରାଇଭର ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ବସ୍ତା ଥାନା ୬୦ ନଂ ଜାତୀୟ ରାଜପଥରେ । ତେବେ ଗାଡିଟି ଭୁବନେଶ୍ୱରରୁ ଭୋଗରାଇ ଯାଉଥିବା କୁହାଯାଉଥିବା ବେଳେ ଏଭଳି ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଭୂବନେଶ୍ବରରୁ ଭୋଗରାଇ ଯାଉଥିବା (OR 20B X0786) ନମ୍ବର ଇଣ୍ତିଗୋ କାରର ଆଗ ଚକ ଫାଟି ଯିବାରୁ ଗାଡିଟି ଭାରସ୍ଯାମ ହରାଇ ଦୁଇ ରାସ୍ତା ମଝିରେ ଥିବା ନୟନଯୋଡ଼ି କୁ ଓଲଟି ପଡିଥିଲା ।

ଫଳରେ ଗାଡି ଭିତରେ ଥିବା ୪ଜଣ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ, ରାଜପଥ ପେଟ୍ରୋଲିଂ ଭେନ, ବସ୍ତା ପୋଲିସ ମିଳିତ ଭାବେ ଗାଡି ଭିତରୁ ୪ଜଣଙ୍କୁ ଉଦ୍ଧାର କରିଥିବା ବେଳେ , ସେମାନଙ୍କ ମଧ୍ୟରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ । ସେମାନଙ୍କ ପରିଚୟ ମିଳି ନଥିବା ବେଳେ, ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଦ୍ବାରା ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ତେବେ ସେମାନଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ବର ମୂଖ୍ଯ ଚିକିତ୍ସାଳୟକୁ ପଠାଯାଇଛି । ଅନ୍ୟ ପଟେ ବସ୍ତା ପୋଲିସ ରାଜପଥ କ୍ରେନ ସାହାର୍ଯ୍ଯରେ ଗାଡିକୁ ଜବତ କରି ଥାନାକୁ ନେଇ ତଦନ୍ତ ଜାରି ରଖିଛି।