୨୦୨୫ ପଦ୍ମ ପୁରସ୍କାର ବିଜେତାଙ୍କ ତାଲିକାକୁ ନେଇ ରାଗିଲେ ସୋନୁ..

୭୬ ତମ ଗଣତନ୍ତ୍ର ଦିବସର ପୂର୍ବ ଦିନ ଘୋଷଣା ହୋଇଛି ପଦ୍ମଶ୍ରୀ ପୁରସ୍କାର । ୨୦୨୫ରେ କେଉଁମାନଙ୍କୁ ପଦ୍ମ ପୁରସ୍କାର ମିଳିବ ସେନେଇ ତାଲିକା ସରିଛି । ସେମଧ୍ୟରୁ ୨୩ ଜଣ ମହିଳା ପଦ୍ମ ବିଜେତା ରହିଛନ୍ତି । ଏବଂ ୧୩ ଜଣ ବ୍ୟକ୍ତିତ୍ୱଙ୍କୁ ମରଣତ୍ତୋର ପୁରସ୍କାର ପ୍ରଦାନ କରାଯଉାଛି । ପଦ୍ମଶ୍ରୀ ତାଲିକାରେ ସିଙ୍ଗର ଜଗତରେ ଅନେକ କଳାକାରଙ୍କ ଯଥା ଅରିଜିତ ସିଂହ, ଲୋକଗାୟିକା ଶାରଦା ସିହ୍ନା ଓ ପଙ୍କଜ ଉଦାସ ନାମ ରହିଥିଲେ ମଧ୍ୟ କ୍ରୋଧ ପ୍ରକାଶ କରିଛନ୍ତି ସୋନୁ ନିଗମ ।

 

ଏକ ଭିଡିଓ ସେୟାର କରି ଗାୟକ ପ୍ରଶ୍ନ କରିଛନ୍ତି ଯେ କିଶୋର କୁମାର, ଅଲକା ୟାଗନିକ, ଶ୍ରେୟା ଘୋଷାଲ ଏବଂ ସୁନୀଧି ଚୈାହାନଙ୍କ ପରି ଗାୟକଙ୍କୁ ଏପର୍ୟ୍ୟନ୍ତ କୈାଣସି ପଦ୍ମ ପୁରସ୍କାର ଦିଆଯାଇ ନାହିଁ। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ ସୋନୁ କହିଛନ୍ତି ଯେ ଏମାନେ ହେଉଛନ୍ତି ଗାୟକ ଯେଉଁମାନେ ସମସ୍ତଙ୍କ ପାଇଁ ପ୍ରେରଣା ଅଟନ୍ତି ଏବଂ ତେଣୁ ସେମାନଙ୍କ ପ୍ରତିଭାକୁ ସ୍ୱୀକୃତି ଦିଆଯିବା ଉଚିତ୍।


ଭିଡିଓରେ ସୋନୁ ନିଗମ କୁହନ୍ତି, ‘ଦୁଇଜଣ ଗାୟକ ଅଛନ୍ତି ଯେଉଁମାନେ ସାରା ବିଶ୍ୱରେ ଗାୟକମାନଙ୍କୁ ପ୍ରେରଣା ଦେଇଛନ୍ତି। ପଦ୍ମଶ୍ରୀ ପାଇଁ ଆମେ କେବଳ ଗୋଟିଏକୁ ସୀମିତ କରିଛୁ, ତାହା ହେଉଛି ମହମ୍ମଦ ରଫି ସାହେବ । ଆଉ ଜଣେ କିଶୋର କୁମାର । ଯାହାଙ୍କୁ ପଦ୍ମଶ୍ରୀ ବି ମିଳିଲାନି । ସେପଟେ ଅଲ୍ଲକା ୟାଗିନିଙ୍କୁ ଏତେ ପର୍ୟ୍ୟନ୍ତ ଲମ୍ଵା ଓ ଦମ୍‌ଦାର କ୍ୟାରିଅର ଥିଲା । କିନ୍ତୁ ତାଙ୍କୁ ଏପର୍ୟ୍ୟନ୍ତ କିଛି ମିଳିଲା ନାହିଁ । ଶ୍ରେୟା ଘୋଷାଲ ବହୁତ ସମୟ ଧରି ତାଙ୍କ ଗୀତକୁ ଚର୍ଚ୍ଚାରେ ରହିଛନ୍ତି । ତାଙ୍କୁ ମଧ୍ୟ ଆୱର୍ଡ ମିଳିବା ଉଚିତ୍‌ । ସୁନିଧି ଚୌହାନ ତାଙ୍କ କଣ୍ଠସ୍ଵରରେ ସମସ୍ତ ପିଢିକୁ ପ୍ରେରିତ କରିଛନ୍ତି । କିନ୍ତୁ ତାଙ୍କୁ ଏବେ ଯାଏଁ ଆୱର୍ଡ ମିଳିପାରି ନାହିଁ। ଭିଡିଓ ଶେଷରେ, ଗାୟକ ତାଙ୍କ ପ୍ରଶଂସକମାନଙ୍କୁ ମଧ୍ୟ ସେହି ଲୋକମାନଙ୍କୁ ନାମ ଦେବାକୁ କହିଥିଲେ, ଯେଉଁମାନେ ଏପର୍ୟ୍ୟନ୍ତ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇନାହାଁନ୍ତି, କିନ୍ତୁ ଏହାକୁ ପାଇବା ଉଚିତ୍ ।