ମହାକୁମ୍ଭ ମେଳା ପାଇଁ ଓଡିଶାରୁ ଯିବ  ୮ଟି ବସ

ନୂଆଦିଲ୍ଲୀ : ମହାକୁମ୍ଭ ମେଳା ପାଇଁ  ପ୍ରଥମ ପଯ୍ୟାୟରେ ଓଡିଶାରୁ ଯିବ  ୮ଟି ବସ ।  ସୂଚନା ଦେଲେ ଓଏସଆରଟିସି ଅତିରିକ୍ତ  ସଚିବ  ଲକ୍ଷ୍‌ମୀକାନ୍ତ  ସେଠୀ । ୧୨ ତାରିଖରେ ପ୍ରଥମ ପଯ୍ୟାୟରେ  ଯିବ ୮ଟି ବସ । ଆବଶ୍ୟକ ହେଲେ ଅଧିକ ବସ ଚାଲିବା ବ୍ୟବସ୍ଥା ହେବ । ପ୍ରତି ଯାତ୍ରୀଙ୍କୁ  ୫ ହଜାରରୁ ଉଦ୍ଧ୍ୱ ଟଙ୍କା ଟିକେଟ ଚାର୍ଜ ରହିଛି । ମହିଳାଙ୍କ ପାଇଁ ୫୦ ପ୍ରତିଶତ  ରିହାତି ବ୍ୟବସ୍ଥା ରହିଛି ।  ରହିବା ଖାଇବାର ବ୍ୟବସ୍ଥା କରିବ ଓଏସଆରଟିସି । ପୁରୀ , ସମ୍ବଲପୁର , ଭବାନୀପାଟଣା  , ବ୍ରହ୍ମପୁରରୁ ଅଯୋଧ୍ୟା ଯିବ ବସ ।