ଭୁବନେଶ୍ୱର: ଜାନୁଆରି ୧ ତାରିଖ ଦିନ ରାଜ୍ୟର ନିଯୁକ୍ତି କମିଶନ ମାନଙ୍କ ସହିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲା ଜୟପୁର ଠାରେ ଏକ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ପାଇଁ ଓଡ଼ିଶା ଲୋକ ସେବା ଆୟୋଗକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଲୋକ ସେବା ଆୟୋଗ ଜୟପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।