ଭୁବଶ୍ୱେର: ରାଷ୍ଟ୍ରପତିଙ୍କ ଅନୁରୋଧ ରକ୍ଷା କରି ପ୍ରଥମ ଥର ପାଇଁ ସାନ୍ତାଳୀ ଭାଷାରେ ପ୍ରସାରଣ କଲା ସମାଚାର । ଦୂରଦର୍ଷନ ତଥା ଡିଡି ଟେଲିଭିଜନ ଚ୍ୟାନେଲରେ ପ୍ରଥମ ଥର ପାଇଁ ସାନ୍ତାଳୀ ଭାଷାରେ ସମ୍ପାଦାନ କରିଛି ସମାଚାର । ଯାହା ପ୍ରାସାରିତ ହେବା ପରେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟପତି । ପ୍ରଥମ ଥର ପାଇଁ ଭୁବଶ୍ୱେର ଦୂରଦର୍ଶନ କେନ୍ଦ୍ରରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଡିଡି ନ୍ୟୁଜ ବୁଲେଟିନ ଲଞ୍ଚ ହୋଇଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ରାଷ୍ଟପତି ଭବନରେ ସାନ୍ତାଳୀ ନ୍ୟୁଜ ବୁଲେଟିନ ଡିଡି ନ୍ୟୁଜରେ ଦେଖି ଖୁସି ବ୍ୟକ୍ତ କରିଛନ୍ତି । ଏଥି ସହିତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଦୂରଦର୍ଶନକୁ ସାଧୁବାଦ ଜଣାଇଛନ୍ତି ।