ଭୁବନେଶ୍ୱର: ରାଜ୍ୟର ୨୩ ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଜୁଳି ବିଲ। ୨୩ ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି। ୧୦ ବର୍ଷ ମଧ୍ୟରେ ୧୪ ଟି ଶିଳ୍ପ ସଂସ୍ଥା କୁ ୪୦୯୭ କୋଟି ବକେୟା ବିଲ ଛାଡ଼ କରାଯାଇଛି। ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବା ବେଳେ ଭିସା ଷ୍ଟିଲ ଯାଜପୁର ର ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି। ସେହିପରି ୧୦ ବର୍ଷ ମଧ୍ୟରେ ବେଦାନ୍ତ ଲିମିଟେଡ଼ କୁ ୩୫୯୯ କୋଟି ର ବିକେୟା ବିଜୁଳି ବିଲ ଛାଡ଼ କରାଯାଇଛି, ଜିନ୍ଦଲ ଷ୍ଟିଲ କୁ ୧୦୩ କୋଟି ଛାଡ଼ କରାଯାଇଛି, ଜେକେ ପେପର ମିଲ କୁ ମଧ୍ୟ ୨୬ କୋଟି ର ବକେୟା ବିଲ ଛାଡ଼ କରାଯାଇଛି। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ ଙ୍କ ଲିଖିତ ଉତ୍ତର।