ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ କନିଷ୍ଠ କିରାଣୀ

ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡିଲେ କିରାଣୀ। ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ଙ୍କୁ ଧରିଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କିରାଣୀ ବାବୁ । ଏକ ସବ ପ୍ଲଟ ରେଜିଷ୍ଟ୍ରେସନ କରାଇ ଦେବାକୁ ନେଉଥିଲେ ଲାଞ୍ଚ। ସବ ପ୍ଲଟର ବିକ୍ରୟ କବଲା ପାଇଁ ମାଗିଥିଲେ ୨୦ ହଜାର ଟଙ୍କା । ଏ ସମ୍ପର୍କରେ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ। ସୋମବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲେ। ଏଥିସହ ଦେବଜାନୀଙ୍କ ଅଫିସ ଓ ଘରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ସୂଚନା ରହିଛି ।