ଭୁବନେଶ୍ୱର; ବଢିଲା ଏଲପିଜି ସିଲିଣ୍ଡର ଦର । ରୋଷେଇ ଘରେ ଗ୍ୟାସ୍ ଦେଖିବା ଏବେ ବଡ ମୁସ୍କିଲ । କାରଣ ମଧ୍ୟବିତ୍ତ ପରିବାର ଦର ବୃଦ୍ଧି ଯୋଗୁଁ ଗ୍ୟାସ୍ ସିଲିଣ୍ଡର କିଣିବା ସମ୍ଭବ ହୋଇପାରୁନାହିଁ । ବିଭିନ୍ନ ସହରରେ ଏବେ କ୍ପାନୀ ଗୁଡିକ ସଂଶୋଧିତ ଦାମ ଜାରି କରିସାରିଛନ୍ତି ।ଯାହାଫଳରେ ୧୯ କେଜି କମର୍ସିିଆଲ ଗ୍ୟାସ ସିଲିଣ୍ଡର ଦାମ୍ ୧୮ ଟଙ୍କା ବୃଦ୍ଧି ପାଇଛି । ନିକଟରେ ନଭେମ୍ବର ପହିଲାରୁ ଗ୍ୟାସ ସିଲିଣ୍ଡର ଦର ଦାମ ବୃଦ୍ଧି ପାଇଥିଲା ।ହେଲେ ୧୪ କେଜି ଘରୋଇ ଗ୍ୟାସ ସିଲିଣ୍ଡରର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏଲପିଜି ସିଲିଣ୍ଡରରେ ଡିସେମ୍ବର ୧ରେ ହୋଇଥିବା ପରିବର୍ତ୍ତନ ଅନୁସାରେ ଦିଲ୍ଲୀରୁ ନେଇ ମୁମ୍ବାଇ, କୋଲକାତାରୁ ଚେନ୍ନାଇ ଯାଏଁ ୧୦ କିଲୋ ସିଲିଣ୍ଡରର ଦାମରେ ପରିବର୍ତ୍ତନ ହୋଇଛି । ୧ ଡିସେମ୍ବରରେ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କେଜି ଏଲପିଜି ସିଲିଣ୍ଡରର ଦାମ ୧ ହଜାର ୮୧୮ ଟଙ୍କା ୫୦ ପଇସା ହୋଇଛି । ଏହା ପୂର୍ବରୁ ୧୮୦୨ ଟଙ୍କାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମିଳୁଥିଲା ।