ଗର୍ଭବତୀ ମହିଳାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡାକ୍ତର

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଡାକ୍ତର। ଗର୍ଭବତୀ ମହିଳାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡାକ୍ତର। ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ଅଶୋକ ଦାସ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଡାକ୍ତରଙ୍କ କ୍ବାର୍ଟର୍ସ ସହ ତାଙ୍କ ଚାମ୍ବରରେ ଭିଜିଲାନ୍ସ ରେଡ୍ ।

ସୂଚନା ଅନୁଯାୟୀ, ଜଣେ ଗର୍ଭବତୀ ମହିଳାଙ୍କ ସମ୍ପର୍କୀୟ ଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଛନ୍ତି। ଡାକ୍ତର ଙ୍କ ସରକାରୀ କ୍ୱାର୍ଟର ରୁ ନଗଦ ୯୬ ହଜାର ୮୫୦ ଟଙ୍କା ଠାବ କରାଯାଇଛି।କଳାହାଣ୍ଡି , ନୂଆପଡ଼ା, ନବରଙ୍ଗପୁର ଏବଂ ଜୟପୁର ଡିଭିଜନ ର ୧୦ ଜଣିଆ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଡାକ୍ତରଙ୍କ ଚ୍ୟାମ୍ବର୍ ଏବଂ ସରକାରୀ କ୍ୱାର୍ଟରରେ ଚଢାଉ ଜାରି ରଖିଛନ୍ତି। ଡାକ୍ତର ଙ୍କ ନୟାଗଡ଼ ସ୍ଥିତ ପୈତୃକ ଘର ସମେତ ଭୁବନେଶ୍ୱର ପ୍ରଭୃତି ମୋଟ ୧୦ ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି।