ବାୟୁ ପ୍ରଦ୍ୟୁଷଣ ପାଇଁ ହରିୟାଣର ପ୍ରାଇମେରୀ ସ୍କୁଲ ବନ୍ଦ

0

ନୂଆଦିଲ୍ଲୀ: ଦିଲ୍ଲୀ ପରେ ଏବେ ହରିୟାଣାରେ ବାୟୁ ପ୍ରଦ୍ୟୁଷଣ ବଢିବାରେ ଲାଗିଛି । ଆଜି ରାଜଧାନୀ ଦିଲ୍ଲୀରେ ଇଛଓ ୪୦୦ ଉପରେ ରହିଛି । ଏହା ସହ ହରିୟାଣାର ଅନେକ ଜିଲ୍ଲାରେ ବାୟୁ ପ୍ରଦ୍ୟୁଷଣ ବିପଦଜନକ ସ୍ଥିତିରେ ରହିଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଅନେକ ଜିଲ୍ଲାର ପ୍ରାଇମେରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ହରିୟାଣାର ଗୁରୁଗ୍ରାମ, ରୋହତକ, ସୋନିପତ ଏବଂ ଇଜ୍ଜର ଜିଲ୍ଲାରେ ବାୟୁ ପ୍ରଦ୍ୟୂଷଣ ଯୋଗୁ ସ୍କୁଲ ବନ୍ଦ ରହିଛି । ତେବେ ଆସନ୍ତା ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ସ୍କୁଲ ବନ୍ଦ ହେବା ଦ୍ୱାରା ପିଲାଙ୍କ ପାଠପଢାରେ କିଛି ପ୍ରଭାବ ପଡିବ ନାହିଁ । କାରଣ ଅନଲାଇନ୍ ପାଠପଢା ହେବା ନେଇ ସରାକର କହିଛନ୍ତି ।