ବାନ୍ଦ୍ରା ରେଲୱେ ଷ୍ଟେସନରେ ଦଳାଚକଟା : ୯ ଯାତ୍ରୀ ଆହତ

ମୁମ୍ବାଇ : ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ ଦୁର୍ଘଟଣା ।ଷ୍ଟେସନରେ ପ୍ରବଳ ଭିଡ କାରଣରୁ ଦଳାଚକଟା। ଆଗକୁ ଆସୁଛି ଦୀପାବଳି ସେଥି ପାଇଁ ଲୋକ ନିଜ ନିଜ ଘରକୁ ଫେରୁଥିଲେ । ଷ୍ଟେସନରେ ପ୍ରବଳ ଭିଡ ହେବା କାରଣରୁ ଦଳାଚକଟା ହୋଇଥିଲା । ଏଥିରେ ୯ ଜଣ ଲୋକ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ସକାଳେ ବାନ୍ଦ୍ରା ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ଏହି ଦଳାଚକଟା ହୋଇଥିଲା । ଆହତଙ୍କ ଅବସ୍ଥା ସ୍ଥିର ଥିବା ବେଳେ ସେମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ଭିଡ ଏତେ ଥିଲା ଯେ ପୋଲିସ ମଧ୍ୟ ଭିଡକୁ ନିୟନ୍ତ୍ରଣ କରି ପାରିନଥିଲା । ବନ୍ଦ୍ରା-ଗୋରଖପୁର ଏକ୍ସପ୍ରେସ (ଟ୍ରେନ ନମ୍ବର-୨୨୯୨୧) ମୁମ୍ବାଇ ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ଲୋକମାନେ ଏଥିରେ ଚଢିବା ପାଇଁ ଭିଡ ଜମାଇଥିଲେ । ଫଳରେ ଦଳାଚକଡା ହୋଇଥିଲା ।