ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ଦାନା

ଭୁବନେଶ୍ୱର: ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ଦାନା । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ। ଗତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୋର ସାଢ଼େ ୩ଟା ସମୟରେ ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟାର ମଧ୍ୟଭାଗ । ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି । ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ଓ ଧାମରା ନିକଟ ଦେଇ ସ୍ଥଳ ଭାଗ ଅତିକ୍ରମ କରିଥିଲା ବାତ୍ୟା ଦାନା । ଦାନାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜିଲ୍ଲାର ଅଧିକାଶଂ ସ୍ଥାନରେ ଅଧିକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି ।