ନୟାଗଡ: ଦହିବରା ଖାଇବାରୁ ଝିଅକୁ ପିଟି ପିଟି ମାରିଦେଲା ସାବତ ମାଆ । ନୟାଗଡ ଜିଲ୍ଲା ଖଣ୍ଡପଡା ସହରର ଫତେଗଡ ଥାନା ବାଉଁଶବାଟି ପଞ୍ଚାୟତ ପୋଡାସାହିରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ । ୧୪ ବର୍ଷୀୟ ଝିଅକୁ ସାବତ ମାଆ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରମାଣ ନଷ୍ଟ ପାଇଁ ଶବଦାହ କରିବାକୁ ଯିବାବେଳେ ଧରିଛି ପୋଲିସ । ପରେ ପୋଲିସ ମଶାଣିରୁ ଶବ ଜବତ କରିବା ସହ ଅଭିଯୁକ୍ତ ସାବତ ମାଆକୁ ଥାନାରେ ଅଟକ ରଖିଛି ପୋଲିସ ।