ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ବେପରୁଆ ଓ ଦ୍ରୁତ ବେଗରେ ଗାଡ଼ି ଚଳାଇବା ର ପରିମାଣ କେତେ ଭୟଙ୍କର ଜାଣି ମଧ୍ୟ ଯୁବ ବର୍ଗ ସଚେତନ ହୋଇ ନାହାଁନ୍ତି।ଏହାର କୁ ପରିଣାମ ଆଜି ଦେଖିବାକୁ ମିଳିଛି। ରାଇରଙ୍ଗପୁର ସହର ନିକଟ ଦୁବୁଲାବେଡ଼ା ଉଆସିଂ ପଏଣ୍ଟ ସମ୍ମୁଖ ରେ।
ଦୁଇଟି ବାଇକରେ ଚାରିଜଣ ବିପରୀତ ଦିଗ ରୁ ଦ୍ରୁତ ଗତି ରେ ଆସି ମୁହାଁ ମୁହିଁ ଧକ୍କା ଦେଇଥିଲେ। ଏତେ ଜୋର୍ ରେ ଧକ୍କା ହୋଇଥିଲା ଜେ ପ୍ରଥମେ କେହି ବୁଝି ପାରି ନ ଥିଲେ।ଘଟଣା ସ୍ଥଳରେ ହିଁ ଦୁଇଜଣ ଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।ମୃତ ଦୁଇଜଣ ହେଲେ କୁଚେଇବୁଡି ର ମୃତ୍ୟୁଞ୍ଜୟ ଡାଙ୍ଗୁଆ ଓ ମହୁଲ ଡିହା ର ଗୁଲୁରାମ ମାଝୀ।ଦୁଇ ଗୁରୁତର ଯୁବକ ହେଲେ ଡାକ୍ତର ସୋରେନ ଓ ଚିତ୍ତରଞ୍ଜନ ସର୍ଦ୍ଦାର।ଦୁଇ ଗୁରୁତର ଙ୍କୁ ବାରିପଦା ସ୍ଥାନାନ୍ତର କରା ଯାଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।