ଆସନ୍ତା ୨୭ ରେ ହେବାକୁ ଥିବା OAS ପ୍ରିଲିମ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ବାତ୍ୟା ପାଇଁ ଓଏଏସ ପ୍ରିଲିମ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବାକୁ ଥିଲା । ତେବେ ବର୍ତ୍ତମାନ ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ ହେବାକୁ ଥିବାବେଳେ ଆସନ୍ତା କିଛି ଦିନ ବର୍ଷା ସହ ପବନ ବହିବ । ଏହା ଦ୍ୱାରା ପରୀକ୍ଷାର୍ଥୀମାନେ ପରୀକ୍ଷା ସେଣ୍ଟରକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ବାତ୍ୟା ପାଇଁ ଓଏଏସ ପ୍ରିଲିମ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।