କ୍ୟାବିନେଟ ବୈଠକରେ 6 ପ୍ରସ୍ତାବକୁ ବାଜିଲା ମୋହର

ଭୁବନେଶ୍ଵର:  ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। କ୍ୟାବିନେଟ୍‌ରେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି।   Gst ଆକ୍ଟରେ ସଂଶୋଧନ ହୋଇଛି ।  ଜି ଏସ ଟିରେ 34ଟି ବିଷୟରେ ସଂଶୋଧନ କରାଯାଇଛି ।

କୁଇଣ୍ଟାଲ ପିଛା 3100 ଟଙ୍କାରେ ଧାନ କିଣାଯିବ । କ୍ୟାବିନେଟରେ ଅନୁମୋଦନ ହୋଇଛି । 4 ହଜାରରୁ ଉର୍ଦ୍ଧ୍ବ ଧାନ କ୍ରୟ କେନ୍ଦ୍ର ଖୋଲାଯିବ । ଜଣେ ଜଣେ ଅଫିସର ପ୍ରତି ମଣ୍ଡିରେ ରହିବେ । 48 ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ । 17 ଲକ୍ଷ ରୁ ଉର୍ଦ୍ଧ ଚାଷୀ ପଞ୍ଜିକୃତ ହୋଇଛନ୍ତି |

ବିମାନ ସଂଯୋଗ ପାଇଁ ଉଡାଣ ଯୋଜନା ଏବଂ ଓଡ଼ିଶା ସରକାରଙ୍କ ଯୋଜନା ମାଧ୍ୟମରେ ବିଭିନ୍ନ ନୂଆ ନୂଆ ଜାଗାକୁ ଯୋଡିବା ପାଇଁ ରିହାତି ନୀତି ଅନୁମୋଦନ ହୋଇଛି ।

ସୁଭଦ୍ରା ଯୋଜନାରେରେ 1 କୋଟି ଉପରେ ପଞ୍ଜୀକରଣ ହୋଇଛି । 60 ଲକ୍ଷ ଉପରେ ହିତାଧିକାରୀ ଟଙ୍କା ପାଇ ସାରିଲେଣି । 2 ଲକ୍ଷ 70 ନାକଚ ହୋଇଛି । କାହିଁକି କଟିଲା ସେଗୁଡିକୁ ଯାଞ୍ଚ କରାଯିବ ।